ବଡ ଖବର: ରାଜ୍ୟର ଦଶମ, ଦ୍ବାଦଶ ବୋର୍ଡ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର, ୧୫/୪: ରାଜ୍ୟରେ କରୋନା ସ୍ଥିତି ଅଣଆୟତ ହେବାରେ ଲାଗିଛି। ତେଣୁ ରାଜ୍ୟର ଦଶମ, ଦ୍ବାଦଶ ବୋର୍ଡ ପରୀକ୍ଷା ସ୍ଥଗିତ ରଖାଯାଇଛି। ଏହାସହ ଆସନ୍ତା ୧୯ରୁ ବନ୍ଦ ରହିବ ସବୁ ସ୍କୁଲ ଓ ହଷ୍ଟେଲ । ସରକାରୀ, ଘରୋଇ ଓ ଆବାସିକ ଅନୁଷ୍ଠାନ ପାଇଁ ଏହି ନିର୍ଦେଶ ଲାଗୁ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ନିର୍ଦ୍ଦେଶ ଦେଇଛନ୍ତି।