ଦିଲ୍ଲୀରେ ଲାଗୁ ହେବ ସପ୍ତାହନ୍ତ କର୍ଫ୍ୟୁ

ନୂଆଦିଲ୍ଲୀ, ୧୫/୪: ଦେଶରେ ପୁଣିଥରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ତେଣୁ ରାଜଧାନୀ ଦିଲ୍ଲୀରେ ଚଳିତ ସପ୍ତାହରୁ  ସପ୍ତାହନ୍ତ କର୍ଫ୍ୟୁ ଲାଗୁ କରାଯିବ ବକି ସୂଚନା ମିଳିଛି। କେବଳ ହୋମ୍‌ ଡେଲିଭରି ପାଇଁ ରେଷ୍ଟୁରାଣ୍ଟ ଖୋଲା ରହିବ । କିନ୍ତୁ ମଲ୍‌, ସ୍ପା, ଜିମ୍‌ ବନ୍ଦ ରହିବ। ବିବାହ ଉପରେ ପ୍ରତିବନ୍ଧକ ନାହିଁ । ଉପରାଜ୍ୟପାଳଙ୍କ ସହ ଆଲୋଚନା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏନେଇ ସୂଚନା ଦେଇଛନ୍ତି।