ପିପିଲି ଉପନିର୍ବାଚନ ନେଇ ଘୋଷଣା ହେବ ନୂଆ ତାରିଖ

ଭୁବନେଶ୍ୱର, ୧୫/୪: ପିପିଲି ଉପନିର୍ବାଚନ ନେଇ ନୂଆ ତାରିଖ ଘୋଷଣା ହେବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସିଇଓ ସୁଶୀଲ ଲୋହାନୀଙ୍କ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଗତକାଲି ଏହି ସମ୍ପର୍କରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନ ଏ ନେଇ ନିଷ୍ପତ୍ତି ନେବେ । ଯେଉଁ ପ୍ରାର୍ଥୀଙ୍କ ଦେହାନ୍ତ ହୋଇଛି ସେହି ଦଳର ପ୍ରାର୍ଥୀ ନାମାଙ୍କନ ଭରିବେ । ଗତକାଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ସ୍ଥଗିତ ରହିଛି ପିପିଲି ଉପନିର୍ବାଚନ ।