୪୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪/୪: ରାଜ୍ୟରେ ଏବେ କୋଭିଡ ସ୍ଥିତି ଅଣଆୟତ ହେବାରେ ଲାଗିଛି। ଏହାରିମଧ୍ୟରେ ୪୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସର ଭର୍ଚୁଆଲି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହି ସବୁ ଆମ୍ବୁଲାନ୍ସରେ  ଜୀବନ ରକ୍ଷାକାରୀ ସହାୟତା ବ୍ୟବସ୍ଥା ଅଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଗୁରୁତର ରୋଗୀଙ୍କ ପରିବହନରେ ଏହି ଆମ୍ବୁଲାନ୍ସ ସହାୟକ ହେବ।ଏହି ୪୭ଟିକୁ ମିଶାଇ ରାଜ୍ୟରେ ALS ଆମ୍ବୁଲାନ୍ସ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି। ୪୭ଟି ନୂଆ ଆମ୍ବୁଲାନ୍ସରୁ ୨୮ଟି ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥାରେ ସାମିଲ ହେବ ଓ ଅନ୍ୟ ୧୯ଟି ଆମ୍ବୁଲାନ୍ସ ବିଭିନ୍ନ ମେଡିକାଲ କଲେଜରେ ନିୟୋଜିତ ହେବ ବୋଲି ସେ କହିଛନ୍ତି।