ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧୪/୪: ସମ୍ବଲପୁର ଗସ୍ତରେ  ଆଜି ଜାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପତ୍ର। ରାଜ୍ୟରେ କ ରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ବୁର୍ଲା ଭିମସାର ମେଡିକାଲ ପରିଦର୍ଶନ ସହ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି । ଆଉ ବୁର୍ଲା ଭୀମସାରରେ  ଦ୍ୱିତୀୟ କୋଭିଡ୍ ହସ୍ପିଟାଲ ହେବ ବୋଲି ସେ କହିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, DMET ସିବିକେ ମହାନ୍ତି ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ମଧ୍ୟ ତାଙ୍କ ସହ ସାମିଲ ଅଛନ୍ତି ।