ରାଜ୍ୟର ୧୧ଟି ଜିଲ୍ଲାରେ କୋଭିଡ ଟିକାକରଣ ସଂପୂର୍ଣ୍ଣ ବନ୍ଦ

ଭୁବନେଶ୍ୱର, ୧୩/୪: ରାଜ୍ୟରେ ଏବେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ସବୁ ଜିଲ୍ଲାରେ ପ୍ରାୟ ଟିକାକରଣ ଚାଲିଥିଲା। କିନ୍ତୁ ଏବେ ଟିକା ଅଭାବରୁ ରାଜ୍ୟର ୧୧ଟି ଜିଲ୍ଲାରେ କୋଭିଡ ଟିକାକରଣ ସଂପୂର୍ଣ୍ଣ ବନ୍ଦ ରଖାଯାଇଛି । ୧୧ ଜିଲ୍ଲା-ଯାଜପୁର, ଭଦ୍ରକ, ପୁରୀ, ନୟାଗଡ଼, ସୋନପୁର, ଗଜପତି, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ଢେଙ୍କାନାଳ ଓ କୋରାପୁଟ । ଟିକା ଅଭାବରୁ ଏବେ ୫୦୦ କେନ୍ଦ୍ରରେ ଟିକାକରଣ ଚାଲିଛି। ଏନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।