ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର, ୧୨/୦୪: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ରାଜ୍ୟ କ୍ୟାବିନେଟର  ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସେହି ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଭୁବନେଶ୍ୱରରେ  ବାଗଚୀ ଶ୍ରୀଶଙ୍କର କ୍ୟାନ୍ସର କେୟାର ସେଣ୍ଟର ହେବ। ସେହିପରି ଏସସି/ ଏସଟି ଛାତ୍ରଛାତ୍ରୀଙ୍କ ପାଇଁ  ଅନ୍ୱେଷା ଯୋଜନା ଜାରି ରହିବ। ଏହି ଯୋଜନାରେ ୫ ବର୍ଷରେ   ୨୫ ହଜାର ଛାତ୍ରଛାତ୍ରୀ ସାମିଲ ହେବାକୁ ଥିବା ବେଳେ ଏଥିପାଇଁ ୫ ବର୍ଷରେ ୫୬୯.୯୦ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି। ଓଡ଼ିଶା ମଙ୍ଗଳ ସେବା( ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀ)ର ସଂଶୋଧନ ହେବ।