ତୁଳସୀ ଗଛ ପୂଜା ପାଉଥିବା ବେଳେ ଏହାର ପତ୍ରରେ ରହିଛି ମହୌଷଧୀ ଗୁଣ, ଜାଣନ୍ତୁ କଣ

ସାଧାରଣତ ସମସ୍ତ ହିନ୍ଦୁ ଘରେ ତୁଳସୀ ଗଛକୁ ବୃନ୍ଦାବତୀ ଭାବେ ପାଳନ କରାଯାଇଥାଏ । ତୁଳସୀ ଗଛ ଭଗବାନଙ୍କ ରୂପେ ପୂଜା ପାଉଥିବା ବେଳେ ଏହି ଗଛର ପତ୍ର ଆୟୁର୍ବେଦ ବିଜ୍ଞାନରେ ଏକ ସ୍ଥାନ ପାଇଛି । ଆୟୁର୍ବେଦ ବିଜ୍ଞାନରେ ତୁଳସୀ ପତ୍ରକୁ ମହୌଷଧୀ ବୋଲି କୁହାଯାଇଥାଏ। କେବଳ ଥଣ୍ଡା ଜ୍ୱର ନୁହେଁ, ଏହି ଔଷଧୀୟ ବୃକ୍ଷରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି ଇନ୍‌ଫ୍ଲାମେଣ୍ଟାରୀ ଗୁଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ୍‌ କରିଥାଏ। ତେବେ ସକାଳେ ଖାଲି ପେଟରେ ତୁଳସୀ ପତ୍ରର ପାଣି ପିଇଲେ, ସ୍ୱାସ୍ଥ୍ୟକୁ କେଉଁସବୁ ଲାଭ ମିଳିଥାଏ, ଆସନ୍ତୁ ଜାଣିବା..

ସକାଳେ ଖାଲି ପେଟରେ ତୁଳସୀ ପାଣି ପିଇଲେ ଶରୀରରୁ ଟକ୍ସିନ୍‌ ସଫା ହୋଇଥାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ପାଚନତନ୍ତ୍ରକୁ ଠିକ୍‌ ରଖିଥାଏ। ଏହା ପିଇବା ଦ୍ୱରା ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଯାଇଥଏ । ଏହାସହ ଠିକ ସମୟରେ ଭୋକ ମଧ୍ୟ ଲାଗିଥାଏ । ପେଟ ସଫା ରଖିବାରେ ଏହା ବହୁତୁ ସାହାଯ୍ୟ କରିଥାଏ ।

ତୁଳସୀ ପତ୍ରରେ ବହୁତୁ ଭଲ ଏକ ଗୁଣ ରହିଛି । ଅନେକ ଗବେଷଣାରୁ ଏହା ଜଣାପଡ଼ିଛି ଯେ ତୁଳସୀ ହାଇପର୍‌ ଟେନସନ୍‌, ହାଇ ବ୍ଲଡ୍‌ ପ୍ରେସର ଓ ଡାଇବେଟିସକୁ ନିୟନ୍ତ୍ରଣ କରିଥାଏ। ଏଥିପାଇଁ ତୁଳସୀ ପତ୍ରର ଚାହା କିମ୍ୱା ପାଣି ପିଇବା ଅଭ୍ୟାସ କଲେ ଏହି ସବୁ ସମସ୍ୟାରୁ ମୁକ୍ତି ମିଳିବ ।

ତୁଳସୀ ପତ୍ର ଦ୍ୱାରା ଆଲର୍ଜି ଭଲ ହୋଇଯାଇଥାଏ । କାରଣ ତୁଳସୀ ପାଣିରେ ଆଣ୍ଟି-ଆଲର୍ଜିକ୍‌ ଗୁଣ ଭାରି ରହିଛି । ଯେପରିକି ଶ୍ୱାସଜନିତ ସମସ୍ୟା, କାଶ, ଟନସିଲ୍‌ ଓ ଗଳା କ୍ୟାନସର୍‌ ପରି ରୋଗକୁ ନିୟନ୍ତ୍ରଣ କରିଥାଏ। ଏହା ଶୀତ ଦିନେ ପ୍ରାୟତ ସମସ୍ତଙ୍କୁ ହୋଇଥାଏ । ଖାସ କରି ଶୀତ ଦିନେ ତୁଳସୀ ପତ୍ର ପାଣି ପିଇବା ଦ୍ୱାରା ଆମ ଶରୀରକୁ ବେଶ ଲାଭ ଦାୟକ ହୋଇଥାଏ ।

ସେହିପରି ଏଥିରେ କିଡନି ଷ୍ଟୋନ୍‌ ମଧ୍ୟ ଭଲ ହୋଇଯାଇଥାଏ । ଲୋକଙ୍କୁ କିଡନୀ ଷ୍ଟୋନ୍‌ ହେଲେ ସେମାନେ ସାଧରଣ ଅସ୍ତ୍ରପଚାର କରିଥାନ୍ତି ।ଏହା ବହୁତୁ କଷ୍ଟ ଦାୟକ କିନ୍ତୁ ଏହି ସମସ୍ୟା ଘରୋଇ ଉପକରଣ ଓ ଆୟୁର୍ବେଦ ଦ୍ୱାରା ଭଲ ହୋଇପାରିବ । ଏଥି ପାଇଁ ଗରମ ପାଣିରେ ତୁଳସୀ ଗଛରୁ ପତ୍ର ଛିଡି଼ ଆଣି ପକାଇ ଭଲ ଭାବେ ସିଝାନ୍ତୁ। ଏହାପରେ ଏହି ପାଣିରେ ମହୁ ମିଶାଇ ପିଅନ୍ତୁ। ଏହି ପାଣି ପିଇଲେ କିଡ୍‌ନୀ ଷ୍ଟୋନ୍‌ ଭଲ ହୋଇଯାଇଥାଏ।

ସେହିପରି ଆଜିକାଲି ର ଏକ ଫ୍ୟାସନ ହୋଇଗଲାଣି ଯେ ପତଳା ଦିସିବା । ଏଥି ପାଇଁ କିଏ କେତେ ପ୍ରକାର ପରିଶ୍ରମ କରୁଛି । ଯେମିତିକି ଜିମ ସାଙ୍ଗକୁ ଡାଏଟ ମଧ୍ୟ କରିଥାନ୍ତି । ଏହା ସହ କମ କ୍ୟାଲୋରୀ ଯୁକ୍ତ ଖାଦ୍ୟ ମଧ୍ୟ ଖାଇଥାନ୍ତି । କିନ୍ତୁ ଯେଉଁମାନେ ବ୍ୟସ୍ତତା ଜୀବନରେ ଯୋଗ କିମ୍ବା ଜିମ ଯାଇପାରୁନାହାନ୍ତି । ସେମାନେ ଓଜନ କାମ କରିବାକୁ ଆଉ ଏକ ଉପାୟ କରିପାରିବେ । ସକାଳୁ ଉଠିବା ପରେ ଖାଲି ପେଟରେ ତୁଳସୀ ପାଣି ପିଇଲେ ଓଜନ କମ୍‌ ହୋଇଥାଏ।

ଆଜି କାଲି ସମସ୍ତଙ୍କ ଘରେ ମଧୁମେହ ରୋଗ ଅତି ସାଧାରଣ କଥା ହୋଇପଡିଛି । ସମସ୍ତଙ୍କ ଘରେ ପ୍ରାୟେ ଜଣେ ନା ଜଣେ କେହି ଏହି ରୋଗ ରେ ପୀଡିତ ଥାନ୍ତି । ଏହା ଏକ ବଂଶଗତ ରୋଗ। ଏହି ରୋଗ ହେଲେ ପ୍ରାୟେ ତ ମିଠା ଜିନିଷ ଖାଇ ହୁଏ ନାହିଂ ।ଏଥି ପାଇଁ ପ୍ରତିଦିନ ଔଷଧ ମଧ୍ୟ ଖାଇବାକୁ ପଡିଥାଏ ନଚେତ ଶରୀର ପାଇଁ କ୍ଷତି କାରକ ହୋଇଥାଏ । ଏହାରିମଧ୍ୟରେ ତୁଳସୀ ପତ୍ର ମଧ୍ୟ ସୁଗାରର ସ୍ତରକୁ ନିୟନ୍ତ୍ରଣ କରିଥାଏ । ତେଣୁ ଡାଇବେଟିସ୍‌ ରୋଗୀ ପ୍ରତିଦିନ ତୁଳସୀ ପତ୍ର ପାଣି ପିଇବା ନିହାତି ଆବଶ୍ୟକ ହୋଇଥାଏ ।