ସୁପ୍ରିମକୋର୍ଟର ଅଧିକାଂଶ କର୍ମଚାରୀଙ୍କୁ କରୋନା

ନୂଆଦିଲ୍ଲୀ, ୧୨/୦୪: ଦେଶରେ ଏବେ ଅଣଆୟତ ହେବାରେ ଲାଗିଛି କରୋନା ସଂକ୍ରମଣ। ଏହାରିମଧ୍ୟରେ ସୁପ୍ରିମକୋର୍ଟର ଅଧିକାଂଶ କର୍ମଚାରୀ କରୋନା ପଜିଟିଭ ଥିବା ସୂଚନା ରହିଛି। କର୍ମଚାରୀ ମାନେ ପଜିଟିଭ ଚିହ୍ନଟ ପରେ ସୁପ୍ରିମକୋର୍ଟ ପରିସର  ସାନିଟାଇଜ କରାଯାଉଛି । ତେଣୁ ସୁପ୍ରିମକୋର୍ଟର ସମସ୍ତ ବେଞ୍ଚ ଘଣ୍ଟାଏ ବିଳମ୍ବରେ କାର୍ଯ୍ୟକ୍ଷମ ହେବ । ସେହିପରି ଅନ୍ୟପଟେ ସୁପ୍ରିମକୋର୍ଟ ଜଜ ଘରେ ରହି ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ମାମଲାର ଶୁଣାଣି କରିବେ।