ବଙ୍ଗୋପସାଗରରେ ସକ୍ରିୟ ହେଉଛି ଲଘୁଚାପ

ଭୁବନେଶ୍ୱର, ୨୧ା୧୦(ଦି ପ୍ରଗତି ନ୍ୟୁଜ୍): ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା । ସେହିପରି ଆଉ ଏକ ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି । ଏହା ଧିରେ ଧିରେ ସକ୍ରିୟ ହେବାରେ ଲାଗିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହେବ ବୋଲି ସୂଚନା ମିଳିଛି । ତେଣୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୂଡ଼ିକୁ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଦୁର୍ଗାପୂଜା ଲଘୁଚାପ ଜନିତ ବର୍ଷାରେ ଭିଜିବାର ସମ୍ଭାବନା ରହିଛି ।