୧୬ ଜିଲ୍ଲାକୁ ଝଡ଼ବର୍ଷା ସହ ବଜ୍ରପାତକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୧୧/୪: ରାଜ୍ୟରେ ଗତ କିଛି ଦିନ ତଳେ ପ୍ରବଳ ଗରମ କୁ ଅସହାୟ ତାତି ବଢ଼ିବାରେ ଲାଗିଥିଲା। କିନ୍ତୁ ଏବେ ଆଗାମୀ ୫ ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସହ ବଜ୍ରପାତ ହେବା ନେଇ ଆଶଙ୍କା ରହିଛି । ଆସନ୍ତାକାଲି ସକାଳ ସୁଦ୍ଧା ୧୬ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ୧୬ ଜିଲ୍ଲା ଗୁଡିକ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ନୟାଗଡ଼, ମାଲକାନଗିରି, କୋରାପୁଟ, ଗଜପତି, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ ଯାଜପୁର ।