ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମୀକ୍ଷା: ଯଥାରୀତି ହେବ ରଥ ନିର୍ମାଣ କାର୍ଯ୍ୟ

ପୁରୀ, ୧୧/୪: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଶ୍ରୀଜୀଉଙ୍କ ରଥଯାତ୍ରା ଯଥାରୀତି ଅନୁଷ୍ଠିତ ହେବ। ରଥନିର୍ମାଣ ପାଇଁ  ରଥକାଠ ପୁରୀରେ ପହଂଚିସାରିଥିବା ବେଳେ ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ଆସନ୍ତା ୨୧ ତାରିଖ ରାମନବମୀ ଦିନ ରଥକାଠ ଚିରା କାର୍ଯ୍ୟ କରାଯିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ କ୍ରିଷନ କୁମାର ସମୀକ୍ଷା କରିଛନ୍ତି।

କଟକ ସ୍ଥିତ ଖପୁରିଆରେ ଥିବା ସରକାରୀ କରତ କଳରେ ରଥ ନିର୍ମାଣ ପାଇଁ ଆସିଥିବା କାଠ ଗଣ୍ଡି ସବୁ ଚିରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭିଡିଓ କନଫରେନସିଂ ଜରିଆରେ ହୋଇଥିବା ଏହି ବୈଠକରେ  କଟକ ଜିଲ୍ଲାପାଳ, କଟକ, ନୟାଗଡ଼ ଏବଂ ବୌଦ୍ଧ ର ବନଖଣ୍ଡ ଅଧିକାରୀ ଏବଂ ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ | ସମସ୍ତ କାର୍ଯ୍ୟ ଯଥା ସମୟରେ ଶେଷ କରିବା ଉପରେ ମୁଖ୍ୟ ପ୍ରଶାସକ ଗୁରୁତ୍ୱ ଦେଇଥିଲେ |