ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ନେଇ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୧/୪: ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ଉପରେ ବେଶ ପ୍ରଭାବ ପଡିଛି। ଏହାରିମଧ୍ୟରେ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇ କହିଛନ୍ତି ଯେ ଏପ୍ରିଲ ୩୦ ଯାଏ ପିଲାଙ୍କ ସ୍କୁଲ ବନ୍ଦ ଅଛି। ତେଣୁ ଏପ୍ରିଲ ୩୦  ପରେ ଏନେଇ  ନିଷ୍ପତ୍ତି ନିଆଯିବ। ପିଲାଏ ବାର୍ଷିକ ପରୀକ୍ଷା ଦିଅନ୍ତୁ ବୋଲି ସରକାର ଚାହୁଁଛନ୍ତି। ଅନ୍ୟପଟେ ନବମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆଉ ଅଳ୍ପ ବାକି ଅଛି ଓ ପରେ ସ୍ଥିତି ଦେଖି ପରୀକ୍ଷା ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।