କୋଟିପତି କିରାଣି ଗିରଫ

ଭୁବନେଶ୍ୱର, ୧୦/୪: ରାଜଧାନୀ ଭୁବନେଶ୍ବର CCF କାର୍ଯ୍ୟାଳୟର ବରିଷ୍ଠ କିରାଣି ଦିଲୀପ ଜେନା ଆଜି ଗିରଫ ହୋଇଛନ୍ତି। ତାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରିଛି ଭିଜିଲାନ୍ସ । ଦିଲୀପଙ୍କ ୩ କୋଟି ଠଙ୍କାର ସମ୍ପତ୍ତି ଠାବ ହୋଇଥିବା ବେଳେ ୧.୫୬ କୋଟି ଆୟ ବହିର୍ଭୂତ ଜଣାପଡିଛି । ତାଙ୍କ ପାଖରେ ଖଣ୍ଡଗିରି ଜାଗମରାରେ ୧.୦୮ କୋଟିର ୪ ମହଲା କୋଠା , ଗାଡ଼ି, ଟଙ୍କା ଓ ଅଳଙ୍କାରର ମୂଲ୍ୟ ୨ କୋଟିରୁ ଅଧିକ ଥିବା ଠାବ ହୋଇଛି।