ମୋହନ ଭାଗୱତଙ୍କୁ  କରୋନା

ନୂଆଦିଲ୍ଲୀ, ୧୦/୪: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ RSSର ସହସଂଘଚାଳକ ମୋହନ ଭାଗୱତ ଙ୍କୁ  କରୋନା ହୋଇଥିବା ସୂଚନା ମିଳିଛି । କରୋନା ସଂକ୍ରମଣ ଜାଣିବା ପରେ ସେ ମହାରାଷ୍ଟ୍ର ନାଗପୁରର କିଙ୍ଗ୍‌ସ ୱେ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ୨୦ ଦିନ ତଳେ ନେଇଥିଲେ କରୋନା ଟିକାର ପ୍ରଥମ ଡୋଜ୍‌ । ତାଙ୍କର କଁ ରୋନା ରିପୋର୍ଟ ପଜିଟିଭ ଆସିବା ପରେ RSS ମୁଖ୍ୟାଳୟର ସବୁ ସହଯୋଗୀଙ୍କ କୋଭିଡ୍‌ ଟେଷ୍ଟ କରାଯାଇଛି।