ବଡ଼ ଖବର: ରାଜ୍ୟର ୩୦ ଜିଲ୍ଲାରୁ ୧୯୩୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, ୨୧ା୧୦(ଦି ପ୍ରଗତି ନ୍ୟୁଜ): ବର୍ତ୍ତମାନ କ୍ରମାଗତ ଭାବେ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସଂଖ୍ୟା କମି କମି ଚାଲିଛି । ସେହିପରି ଆଜି ମଧ୍ୟ ୩୦ଜିଲ୍ଲାରୁ ୧୯୩୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୯୩୧ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୧୨୦ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୮୧୧ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୪୧୮୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୨୦, ବାଲେଶ୍ୱରରୁ ୭୩, ବରଗଡ଼ରୁ ୬୬, ଭଦ୍ରକରୁ ୬୪, ବଲାଙ୍ଗୀରରୁ ୬୪, ବୌଦ୍ଧରୁ ୭, କଟକରୁ ୧୫୩, ଦେଓଗଡ଼ରୁ ୯, ଢ଼େଙ୍କାନାଳରୁ ୩୫, ଗଜପତିରୁ ୯, ଗଞ୍ଜାମରୁ ୨୭, ଜଗତସିଂହପୁରରୁ ୭୮, ଯାଜପୁରରୁ ୬୭, ଝାରସୁଗୁଡ଼ାରୁ ୫୬, କଳାହାଣ୍ଡିରୁ ୪୫, କନ୍ଧମାଳରୁ ୪୬, କେନ୍ଦ୍ରାପଡ଼ାରୁ ୬୧, କେନ୍ଦ୍ୁଝରରୁ ୬୫, ଖୋର୍ଦ୍ଧାରୁ ୨୭୩, କୋରାପୁଟରୁ ୨୯, ମାଲକାନଗିରିରୁ ୩୮, ମୟୁରଭଞ୍ଜରୁ ୯୯, ନବରଙ୍ଗପୁରରୁ ୬୨, ନୟାଗଡ଼ରୁ ୨୩, ନୂଆପଡ଼ାରୁ ୪୩, ପୁରୀରୁ ୭୨, ରାୟଗଡ଼ରୁ ୨୭, ସୋନପୁରରୁ ୩୦, ସୁନ୍ଦରଗଡ଼ରୁ ୧୦୪ ଜଣ ଚିହ୍ନଟ ହୋଇଛନ୍ତି ।