ଗଞ୍ଜାମରେ ପର୍ଯ୍ୟଟନସ୍ଥଳୀ ଉପରେ ଲାଗିଲା କଟକଣା

ଭୁବନେଶ୍ୱର, ୯/୪: ରାଜ୍ୟରେ ପୁଣିଥରେ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ହଜାରେ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମରେ ପର୍ଯ୍ୟଟନସ୍ଥଳୀ ଉପରେ କଟକଣା ଲଗାଇଛନ୍ତି ଜିଲ୍ଲାପାଳ । କରୋନା ସଂକ୍ରମଣ ଆଶଙ୍କାରେ  କଟକଣା ଲାଗୁୁ କରାଯାଇଛି। ଶନିବାର ଓ ରବିବାର ବନ୍ଦ ରହିବ ଗୋପାଳପୁର ଓ ସୁନାପୁର ବିଚ୍ । ସୋମବାର ରାମଲିଙ୍ଗେଶ୍ୱର ପାର୍କ ଓ ତାମ୍ପରା ବନ୍ଦ ରହିବ । ସେହିପରି ପ୍ରତି ବୁଧବାର ବନ୍ଦ ରହିବ ମା’ ତାରାତାରିଣୀ ମନ୍ଦିର । ଏହାସହ ବ୍ରହ୍ମପୁରବାସୀ ଓ ପର୍ଯ୍ୟଟକଙ୍କୁ ସହଯୋଗ କରିବାକୁ ଅପିଲ କରିଛନ୍ତି ଜିଲ୍ଲାପାଳ ।