ଟିକା ଅଭାବ ଯୋଗୁଁ ୨ ଜିଲ୍ଲାରେ ବନ୍ଦ ହେଲା ଟିକାକରଣ

ଭୁବନେଶ୍ୱର, ୯/୪: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଏହାକୁ ରୋକିବକୁ ଯାଇ ଟୀକାକରଣ ଚାଲିଥିଲା।କିନ୍ତୁ ଏହାରି ମଧ୍ୟରେ ଟିକା ଅଭାବ ଯୋଗୁଁ ୨ ଜିଲ୍ଲାରେ ଟିକାକରଣ ବନ୍ଦ କରାଯାଇଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଗତକାଲି ସୋନପୁର ଓ କୋରାପୁଟରେ ଟିକାକରଣ ବନ୍ଦ ରହିଥିଲା । ଏବେ କୋଭିସିଲ୍ଡ ୩.୨ ଲକ୍ଷ ଟିକା ଓ କୋଭାକ୍ସିନ୍ ୧ ଲକ୍ଷ ରହିଛି । ଯେତିକି ଟିକା ମହଜୁଦ ରହିଛି ଆଜି ସବୁ ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ।