ରାଜ୍ୟର କରୋନା ସ୍ଥିତି ନେଇ କଣ କହିଲେ ILS ନିର୍ଦ୍ଦେଶକ

ଭୁବନେଶ୍ୱର, ୮/୪: ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ବଢ଼ିବାରେ ଲାଗିଛି। ରାଜ୍ୟର କରୋନା ସ୍ଥିତି ନେଇ ILS ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ସୂଚନା ଦେଇ କହିଛନ୍ତି ଯେ ଭାଇରସ୍‌ର ଏହି ଷ୍ଟ୍ରେନ୍‌ ପୂର୍ବ ଷ୍ଟ୍ରେନ୍‌ ଅପେକ୍ଷା ଅଧିକ କ୍ଷତିକାରକ। ଦ୍ୱିତୀୟ ଷ୍ଟ୍ରେନ୍ ଦ୍ରୁତ ଗତିରେ ସଂକ୍ରମଣ କରୁଛି ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଚିନ୍ତାଜନକ ପାଲଟିଛି। ଆଗକୁ କ’ଣ ହେବ କିଛି କହି ହେବନି ଓ କେବେ କମିବ ଅନୁମାନ କରି ହେଉନି।