ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ବାତିଲ କଲେ ସରକାର

ଭୁବନେଶ୍ୱର, ୭/୪: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣିଥରେ ଦିନକୁ ଦିନ ବଢିବାରେ ଲାଗିଛି। ତେଣୁ କୋଭିଡ ସ୍ଥିତିକୁ ଦୃଷ୍ଟି ରେ ରଖି ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ବାତିଲ କରିଛନ୍ତି ସରକାର । ଉଭୟ ସରକାରୀ ଓ ଘରୋଇ ସ୍କୁଲର ନବମ ଓ ଏକାଦଶ କ୍ଲାସ ବାତିଲ ହୋଇଛି। କିନ୍ତୁ ଦଶମ ଓ ଦ୍ବାଦଶ ପିଲାଙ୍କ କ୍ଲାସ ଏପ୍ରିଲ ୨୫ ଯାଏ ପୂର୍ବଭଳି ଚାଲିବ ବୋଲି ସୂଚନା ରହିଛି।