ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଇସ୍ତଫା

ମହାରାଷ୍ଟ୍ର, ୫/୪: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଆଜି ଇସ୍ତଫା ଦେଇଛନ୍ତି। ସେ ଶରଦ ପାୱାରଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଅନିଲ ଦେଶମୁଖଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ଚାନ୍ଦା ଆଦାୟ ଅଭିଯୋଗ ଆସିଥିଲା ।ପରମବୀର ସିଂ ଏହି ଅଭିଯୋଗ ଆଣିଥିଲେ। ଏହି  ଘଟଣାର ସିବିଆଇ ଯାଂଚ ନିର୍ଦ୍ଦେଶ ପରେ ସେ ପଦରୁ ଇସ୍ତଫା ଦେଇଛନ୍ତି। ସେ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀଙ୍କ ହାତରେ  ଗୃହ ବିଭାଗ ରହିବ।