ନାଇଟ କର୍ଫ୍ୟୁ ପରେ ଦିନ ବେଳା ରାଜ୍ୟରେ ଲାଗୁ ହୋଇପାରେ କର୍ଫ୍ୟୁ: ବାଚସ୍ପତି

ଭୁବନେଶ୍ୱର, ୪/୪: ରାଜ୍ୟରେ ଦିନକୁ ଏବେ ପୁଣିଥରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ କରୋନା ସ୍ଥିତି ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସୂଚନା ଦେଇ କହିଛନ୍ତି ଯେ ନାଇଟ କର୍ଫ୍ୟୁ ପରେ ଦିନ ବେଳା ରାଜ୍ୟରେ ଲାଗୁ ହୋଇପାରେ କର୍ଫ୍ୟୁ । ଆଗାମୀ ୪ରୁ ୫ ଦିନ ଭିତରେ ଲାଗୁ ହୋଇପାରେ କର୍ଫ୍ୟୁ । କରୋନା ସ୍ଥିତିକୁ ଦେଖି ଏହିପରି ନିଷ୍ପତ୍ତି ନିଆଯାଇପାରେ ବୋଲି ସେ କହିଛନ୍ତି। କରୋନା ସ୍ଥିତି ଅନୁଧ୍ୟାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗ ଓ ସ୍ବାସ୍ଥ୍ୟ ସଚିବ ମଧ୍ୟ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।ଖୁବଶୀଘ୍ର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ।