ଆଜିଠୁ ସବୁ ରବିବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ, ୪/୪: ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ସବୁ ସ୍ଥିତିକୁ ଦ୍ରୁଷ୍ଟିରେ ରଖି ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି। ଏହାରିମଧ୍ୟରେ ଆଜିଠାରୁ ସବୁ ରବିବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଓ ମନ୍ଦିରକୁ ସାନିଟାଇଜେସନ କରିବା ପାଇଁ ରବିବାର ବନ୍ଦ ଦର୍ଶନ  ବନ୍ଦ ରଖିବା ନେଇ ଶ୍ରୀମନ୍ଦିର ପ୍ରଶାସନ ଏହିପରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି।