କନ୍ଧମାଳ ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ

ଭୁବନେଶ୍ୱର, ୨/୪: ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ 5T ସଚିବ ଭି. କେ. ପାଣ୍ଡିଆନ। ସେଠାକୁ ଯାଇ ଫୁଲବାଣୀରେ ମେଡିକାଲ କଲେଜର ଅଗ୍ରଗତି ନେଇ ସେମାନେ ସମୀକ୍ଷା କରିଛନ୍ତି। ଜିଲ୍ଲା ପ୍ରଶାସନକୁ ସବୁ ପ୍ରକାର ସହଯୋଗ କରିବା ସହ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଯୋଗାଇବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।

ଫୁଲବାଣୀରେ ୪୫୦ କୋଟି ଟଙ୍କାରେ ନିର୍ମାଣ ହେଉଥିବା ମେଡିକାଲ କଲେଜ ୩୦ ମାସ ମଧ୍ୟରେ  କାମ ସମ୍ପୂର୍ଣ୍ଣ ହେବ । ମେଡିକାଲ କଲେଜରେ ୧୦୦ ସିଟ୍‌ ଓ ମେଡିକାଲରେ ୫୦୦ ଶଯ୍ୟା ରହିବ । ରୋଗୀଙ୍କ ସହ ଆସୁଥିବା ଲୋକଙ୍କ ପାଇଁ ସବୁ ସୁବିଧା ଯୋଗାଇବାକୁ ପରାମର୍ଶ ଦେଇଛନ୍ତି 5T ସଚିବ।