ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶିତ

ଭୁବନେଶ୍ୱର, ୨/୪: ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଷ୍ଟାର କ୍ୟାମ୍ପେନର ତାଲିକାର ପ୍ରଥମ ସ୍ଥାନରେ ଏ. ଚେଲ୍ଲା କୁମାର, ନିରଞ୍ଜନ ପଟ୍ଟନାୟକ, ଭକ୍ତ ଚରଣ ଦାସ, ଜି. ରୁଦ୍ର ରାଜୁଙ୍କ ନାମ ରହିିିଛି । ନରସିଂହ ମିଶ୍ର, ଚିରଞ୍ଜୀବି ବିଶ୍ବାଳ, ପ୍ରଦୀପ ମାଝୀ, ଶରତ ରାଉତ, ବିଶ୍ବ ରଞ୍ଜନ ମହାନ୍ତି, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସପ୍ତଗିରି ଉଲାକା ଓ ସୁରେଶ ରାଉତରାୟଙ୍କୁ ଷ୍ଟାର ପ୍ରଚାରକ ଭାବେ ଦଳ ଘୋଷଣା କରିଛି।