ଏପ୍ରିଲ ମାସ ପାଇଁ ଆସିଲା ରାଜ୍ୟସରକାରଙ୍କ ଗାଇଡ଼ଲାଇନ

ଭୁବନେଶ୍ୱର,୩୧/୩: ରାଜ୍ୟରେ ଏବେ ପୁଣି ଧୀରେ ଧୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆଜି ଏପ୍ରିଲ ମାସ ପାଇଁ  ରାଜ୍ୟ ସରକାର କୋଭିଡ୍‌ ଗାଇଡ୍‌ଲାଇନ ଜାରି କରିିଛନ୍ତି । ଏହାକୁ ଜାରି କରିଛନ୍ତି ଏସଆରସି ପ୍ରଦୀପ ଜେନା । ବିଶାଳ ଜନ ସମାବେଶକୁ ନିଷେଧ କରାଯାଇଛି । ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସର୍ତ୍ତମୂଳକ ଭାବେ ସଭା ହୋଇପାରିବ। ଆବଦ୍ଧ ଜାଗାରେ କ୍ଷମତାର ୫୦% ଲୋକଙ୍କୁ ନେଇ ହେବ ସଭା । କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବେ ଜିଲ୍ଲାପଳ ଓ କମିସନର । ସ୍କୁଲ ଖୋଲିବ କି ନାହିଁ ସେନେଇ ନିଷ୍ପତ୍ତି ନେବେ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ।