ୟୁନିଟ ପିଛା ୩୦ ପଇସା ବଢ଼ିଲା ବିଜୁଳି ଦର

ଭୁବନେଶ୍ୱର, ୨୭/୩: ଆଜି ୨୦୨୧-୨୨ ପାଇଁ ବିଦ୍ୟୁତ ଦର ଘୋଷଣା ହୋଇଛି। ୟୁନିଟ ପିଛା  ୩୦ ପଇସା ବୃଦ୍ଧି କରାଯାଇଥିବା ସୂଚନା ମିଳିଛି। କିନ୍ତୁ ବିପିଏଲ ଓ କୃଷି ଜଳସେଚନ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି। ସେହିପରି ଘରୋଇ ଓ ସିଙ୍ଗଲ୍ ଫେଜ୍ ଉପଭୋକ୍ତାଙ୍କ ପାଇଁ ୨ ପ୍ରତିଶତ ରିହାତି ଦିଆଯାଇଛି । ପ୍ରିପେଡ୍‌ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ମଧ୍ୟ ୨ ପ୍ରତିଶତ ରିହାତି ଦିଆଯାଇଥିବା ଜଣାପଡିଛି।