ସୌରଭ ଗର୍ଗଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ୱର, ୨୬/୩: ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ସୌରଭ ଗର୍ଗଙ୍କୁ ନୂଆ ନିଯୁକ୍ତି ମିଳିଛି। ୧୯୯୧ ବ୍ୟାଚ୍‌ର ଆଇଏଏସ ସୌରଭ ଗର୍ଗ ହେବେ UIDAIର ସିଇଓ । ସୌରଭଙ୍କ ନିଯୁକ୍ତିକୁ କେନ୍ଦ୍ର କ୍ୟାବିନେଟ୍‌ ନିଯୁକ୍ତି କମିଟିର ଅନୁମୋଦନ ମିଳିଛି। ସୂଚନାଯୋଗ୍ୟ ଯେ ସୌରଭ ଏବେ ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ ଅଛନ୍ତି।