ହୋଲି କଟକଣାକୁ ନେଇ କଣ କହିଲେ ପୋଲିସ କମିଶନର

ଭୁବନେଶ୍ୱର, ୨୬/୩: ଆଗକୁ ଆସୁଛି ହୋଲି ପର୍ବ। ତେଣୁ କରୋନା ସଂକ୍ରମଣ ପାଇଁ ହୋଲି ରେ କଟକଣା ଲାଗୁ କରାଯାଇଛି। ହୋଲି କଟକଣାକୁ ନେଇ ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ନିୟମ ଭାଙ୍ଗି ଯିଏ ହୋଲି ଖେଳିବ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାରଙ୍କ କୋଭିଡ୍ ମାର୍ଗଦର୍ଶିକା ଅନୁସାରେ ହୋଲି ଖେଳନ୍ତୁ । କମିଶନରେଟ୍ ପୋଲିସ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଏହାସହ ହୋଲି ନାଁରେ ପ୍ରୋସେସନ ନ କରିବାକୁ ଟ୍ୱିନସିଟିବାସୀଙ୍କୁ ସେ ପରାମର୍ଶ ଦେଇଛନ୍ତି।