ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିକାଶ ପାଇଁ ୧କୋଟି ଦାନ କଲା ଏମଜିଏମ ଗ୍ରୁପ

ପୁରୀ, ୨୫/୩: ଆଜି ଏମଜିଏମ ମିନେରାଲ୍ସ ଲିମିଟେଡର ଅଧକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ  ପଙ୍କଜ ଲୋଚନ ମହାନ୍ତି ପୁରୀ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପର ବିକାଶ ପାଇଁ ୧ କୋଟି ଟଙ୍କା ଦାନ କରିଛନ୍ତି। ସେ ଏହି ଚେକ୍ ମୁଖ୍ୟ ପ୍ରଶାସକ ଡ଼ଃ କ୍ରିଷନ କୁମାରଙ୍କୁ ପ୍ରଦାନ କରିଛନ୍ତି।  ଦାନ କରାଯାଇଥିବା ଏହି ମୂଲ୍ୟ କମ୍ପାନୀର ସିଏସ୍ଆର ପାଣ୍ଠିରୁ କରାଯାଇଛି। ସେଠାରେ ପଙ୍କଜ ଲୋଚନ ମହାନ୍ତିଙ୍କ ସହ କମ୍ପାନୀର ପରାମର୍ଶଦାତା  ସରୋଜ କୁମାର ରାୟ ଉପସ୍ଥିତ ରହିଥିଲେ।