ସ୍କୁଲ ବନ୍ଦ ନେଇ କୌଣସି ନିଷ୍ପତ୍ତି ହୋଇନି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨୫/୩: ରାଜ୍ୟରେ ପୁଣି ଧୀରେ ଧୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟରେ ପଜିଟିଭ ଚିହ୍ନଟ  ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲ ଓ ହଷ୍ଟେଲରେ ପଜିଟିଭ ବାହାରିନି । ସରକାରଙ୍କ ଏସଓପିକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘରୋଇ ସ୍କୁଲ ଗୁଡିକ ଉପରେ ଜିଲ୍ଲା ପ୍ରଶାସନ କଡା ନଜର ରଖିଛନ୍ତି । ଏହାସହ ସ୍କୁଲ ବନ୍ଦ ଉପରେ କୌଣସି ନିଷ୍ପତ୍ତି ହୋଇନି ବୋଲି ସେ କହିଛନ୍ତି।