କରୋନା ସଂକ୍ରମଣ ନେଇ କଣ କହିଲେ ILS ନିର୍ଦ୍ଦେଶକ

ଭୁବନେଶ୍ୱର, ୨୫/୩: ରାଜ୍ୟରେ ଏବେ ପୁଣିଥରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ବଢୁଥିବା ଏହି କରୋନା ସଂକ୍ରମଣ ନେଇ ILS ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇ କହିଛନ୍ତି ଯେ ଚିହ୍ନଟ ହୋଇଥିବା ୩ ୟୁକେ ଷ୍ଟ୍ରେନ୍ ଡିସେମ୍ବର ମାସର । ଏହାସହ ସେମାନେ ସୁସ୍ଥ ଅଛନ୍ତି ଓ ଆଉ କାହାକୁ ସଂକ୍ରମିତ କରିନାହାଁନ୍ତି । ୨୨୦ଟି ନମୁନା ILSରେ ଟେଷ୍ଟ କରାଯାଇଥିଲା ।

ଆଗକୁ ହୋଲି ଆସୁଛି।  ହୋଲି ଭଳି ପର୍ବପର୍ବାଣୀରେ ସତର୍କ ରହିବାକୁ ପଡିବ । ଓଡିଶାକୁ ସେଭଳି ସ୍ଥିତି ଆସିନି କିନ୍ତୁ ଲୋକ ଅମାନିଆ ଅଛନ୍ତି । ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରି ନିୟନ୍ତ୍ରଣ କରାଯାଇପାରିବ । ଦୈନିକ ୧୦ହଜାର ୫୦୦ ଆରଟିପିସିଆର ଟେଷ୍ଟ ହେଉଛି ବୋଲି ସେ କହିଛନ୍ତି।