ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୯/୦୪: ପହଲଗାମରେ ଆତଙ୍କୀ ଆକ୍ରମଣକୁ ସବୁଠି ନିନ୍ଦା କରାଯାଉଛି । ପାକିସ୍ତାନକୁ ପାନେ ଦେବା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ପହଲଗାମ ଆତଙ୍କୀ ଆକ୍ରମଣ ଓ ଭାରତର ଆଗାମୀ ରଣନୀତି ପ୍ରସଙ୍ଗରେ ସଂସଦରେ ସ୍ୱତନ୍ତ୍ର ଅଧିବେଶନ ରଖିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ରାହୁଲ । ସ୍ୱତନ୍ତ୍ର ଅଧିବେଶନ ଜରିଆରେ ବିଭିନ୍ନ ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବା ସାଂସଦମାନେ ଏକଜୁଟ ହୋଇ ଏକତା ଓ ଦୃଢ଼ ପ୍ରତିଜ୍ଞାବଦ୍ଧ ହୋଇପାରିବେ ବୋଲି ରାହୁଲ ଚିଠିରେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *