ଭୁବନେଶ୍ୱର,୨୯/୦୪: ଛତିଶଗଡ ବିଜାପୁରରେ ଆତ୍ମସମର୍ପଣ କରିଛନ୍ତି ୨୪ ମାଓବାଦୀ । ଏମାନଙ୍କ ମଧ୍ୟରୁ ୧୪ଜଣ ମାଓବାଦୀଙ୍କ ଉପରେ ୨୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା । ଏପ୍ରିଲ ୨୧ ତାରିଖରୁ ତେଲେଙ୍ଗାନା ସୀମା ବିଜାପୁରରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିବାବେଳେ ଲଗାତାର ମାଓ ସମର୍ପଣ କରୁଛନ୍ତି । ବିଜାପୁର ପୋଲିସ ଅଧୀକ୍ଷକଙ୍କ ସୂଚନା ମୁତାବକ , ସରେଣ୍ଡର କରିଥିବା ମାଓବାଦୀ ଅମାନବାୟ ମାଓ ଚିନ୍ତାଧାରା, ସ୍ଥାନୀୟ ଆଦିବାସୀଙ୍କ ଉପରେ ଅଯଥା ଅତ୍ୟାଚାରକୁ ନେଇ ଅତିଷ୍ଠ ହୋଇପଡିଛନ୍ତି । ସେମାନେ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ’ଭଲ ଗାଁ’ ଅଭିଯାନ ଦ୍ବାରା ପ୍ରଭାବିତ ହୋଇଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ପୂର୍ବ ବସ୍ତର ସମ୍ଭାଗ , ପରତାପୁର ଏରିଆ କମିଟି ଓ ପଶ୍ଚିମ ବସ୍ତର ସମ୍ଭାଗ ସଙ୍ଗଠନ ସହ ସମ୍ପୃକ୍ତ ଥିଲେ।