୯୦ବର୍ଷରେ ପହଞ୍ଚିଛି ଓଡ଼ିଆ ଚଳଚ୍ଚିତ୍ର ଜଗତ, ସୀତା ବିବାହ ଥିଲା ପ୍ରଥମ ସିନେମା

ଭୁବନେଶ୍ୱର,୨୯/୦୪: ୧୯୩୬ ମସିହା ଆଜିର ଦିନରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’। ଏହି କଳାଧଳା ଚଳଚ୍ଚିତ୍ର ସେତେବେଳେ ବେଶ୍ ଲୋକପ୍ରିୟ ହୋଇଥିଲା । ଏହା ଭିତରେ ୯୦ବର୍ଷରେ ପହଞ୍ଚିଛି ଓଡ଼ିଆ ଚଳଚ୍ଚିତ୍ର ଜଗତ । ସେତେବେଳେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କଥା ଚିନ୍ତା ବାହାରେ ଥିଲା । କିନ୍ତୁ ପୁରୀର ମୋହନସୁନ୍ଦର ଦେବ ଗୋସ୍ୱାମୀ ତିଆରି କରିଥିଲେ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ । ଏଥିପାଇଁ ସେ ପତ୍ନୀଙ୍କ ଗହଣା ବିକିବା ସହ ଘର ବନ୍ଧା ରଖିଥିଲେ । ସେ ଏହି ସିନେମା ପାଇଁ ଖର୍ଚ୍ଚ କରିଥିଲେ ୨୯ ହଜାର ୭୮୧ ଟଙ୍କା । କଲିକତାର ଏକ ଷ୍ଟୁଡିଓରେ ସୁଟିଂ ହୋଇଥିଲା । ୨୮ ଏପ୍ରିଲ୍ ୧୯୩୬ରେ ପୁରୀ ‘ଲକ୍ଷ୍ମୀ ଟକିଜ୍’ରେ ମୁକ୍ତିଲାଭ କରିଥିଲା ‘ସୀତା ବିବାହ’ । ଚଳଚ୍ଚିତ୍ରଟି ବେଶ୍ ଲୋକପ୍ରିୟ ହୋଇଥିଲା । ଏବେ କୋଟିକୋଟି ଟଙ୍କାରେ ବର୍ଷକୁ ୨୫ରୁ ୩୦ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହେଉଛି। କିନ୍ତୁ ଦର୍ଶକଙ୍କ ପସନ୍ଦ ହେଉନାହିଁ ।

୯୦ ବର୍ଷ ମଧ୍ୟରେ ବହୁ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ, ଗୀତିକାର ଓ ସଂଗୀତ ନିର୍ଦ୍ଦେଶକଙ୍କୁ ପରିଚୟ ଦେଇଛି ଓଡ଼ିଆ ସିନେମା । ଓଲିଉଡର ଏହି ଯାତ୍ରାରେ ମୟୂରଭଞ୍ଜର ବଡ଼ ଭୂମିକା ଅଛି । ଏହି ମାଟିରେ ଜନ୍ମ ନେଇଛନ୍ତି ଅନେକ ଅଭିନେତା ।

Leave a Reply

Your email address will not be published. Required fields are marked *