ଭୁବନେଶ୍ୱର,୨୮/୦୪: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବଡ଼ ଘୋଷଣା । ରାସନକାର୍ଡରୁ ହଟିବ ବିଦେଶୀଙ୍କ ନାଁ । ଏନେଇ ସେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖୁବଶୀଘ୍ର ରାସନକାର୍ଡରୁ ବିଦେଶୀଙ୍କ ନାଁ କଟାଯିବ ବୋଲି ସୂଚନା ଦେଇଛନ୍ତି ।ବିଦେଶୀ ପାଇଛନ୍ତି ରାସନ କାର୍ଡ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ । ଓଡ଼ିଶାରେ ପାକିସ୍ତାନୀ, ବାଂଲାଦେଶୀ ଏବଂ ମିଆଁମାର ଲୋକ ହାତେଇଛନ୍ତି ରାସନ କାର୍ଡ । ଏହା ଜାଣିବା ପରେ ତତ୍ପର ହୋଇଛି ପ୍ରଶାସନ । ଏନେଇ ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେଉଁ ବିଦେଶୀମାନେ ରାସନ କାର୍ଡ ପାଇଛନ୍ତି ସେମାନଙ୍କ ନାଁ ରାସନ କାର୍ଡରୁ କଟିବ । ଓଡିଶାକୁ ଅନୁପ୍ରବେଶ କରି ରାସନ କାର୍ଡ ହାତେଇଥିବା ବିଦେଶୀକୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଛି ବିଭାଗ ।