କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ, ୨୪/୩: ନୂଆଦିଲ୍ଲୀରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଭେଟିଛନ୍ତି କେନ୍ଦ୍ର MSME ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଭୁବନେଶ୍ବର ଏମସ ପାଇଁ ସ୍ବତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି। ରୋଗୀ ସଂଖ୍ୟା ବଢୁଥିବାରୁ ସ୍ବତନ୍ତ୍ର ପାଣ୍ଠିର ଆବଶ୍ୟକତା ରହିଛି ବୋଲି ପ୍ରତାପ କହିଛନ୍ତି। ଏହାସହ ରୋଗୀ ସେବା ପାଇଁ ଅଧିକ କର୍ମଚାରୀ ନିଯୁକ୍ତି ପାଇଁ ମଧ୍ୟ ସେ ଦାବି କରିଛନ୍ତି। ବାଲେଶ୍ବର ସାଟେଲାଇଟ୍‌ ସେଣ୍ଟରର ଭିତ୍ତିଭୂମି ମଧ୍ୟ ବଢ଼ାଇବାକୁ ଦାବି କରିଥିବା ବେଳେ ଏମ୍‌ସ ସଂପର୍କିତ ଦାବି ପୂରଣ ପାଇଁ ହର୍ଷବର୍ଦ୍ଧନ ପ୍ରତିଶ୍ରୁତି ଦେଇଛନ୍ତି।