ନୂଆଦିଲ୍ଲୀ,୨୭/୦୪: ପାକିସ୍ତାନ ସୀମାରେ ଯୁଦ୍ଧ ପରିସ୍ଥିତି। ଉଭୟ ପକ୍ଷରୁ ଗୁଳି ବର୍ଷା। ଗତ କାଲି ରାତିରେ ଏଲଓସି ଅଞ୍ଚଳରେ ପାକ୍ ସେନା ପୁଣି ଥରେ ଗୁଳିମାଡ଼ କରିଛି । ଭାରତ ମଧ୍ୟ କଡା ଯବାବ ଦେଇଛି । ପାକିସ୍ତାନୀ ପୋଷ୍ଟ୍ରୁ ଗୁଳି ମାଡ ହୋଇଛି ।ଏଲଓସିର ଟୁଓମାରି ଗଲି ଏବଂ ରାମପୁର ସେକ୍ଟରରେ ଉଭୟ ଦେଶର ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି । ପାକିସ୍ତାନକୁ ଭାରତ କଡା ଯବାବ ଦେବା ପରେ ଗୁଳି ଚଳାଚଳ ବନ୍ଦ ହୋଇଛି । ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ପହଲଗାମ ଆକ୍ରମଣ ପଛରେ ପାକିସ୍ତାନ ଥିବା ସ୍ପଷ୍ଟ ହେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି ।