ନୂଆଦିଲ୍ଲୀ,୨୫/୦୪: ଅମ୍ବାଲାରେ ଆଜି ଯୁଦ୍ଧାଭ୍ୟାସ କରିଛି ଭାରତୀୟ ବାୟୁସେନାର ଲଢୁଆ ବିମାନ ରାଫେଲ, ସୁଖୋଇ-୩୦। ଆକ୍ରମଣ ନାଁରେ ଏହି ଯୁଦ୍ଧାଭ୍ୟାସ ହୋଇଛି । ଭାରତ -ପାକିସ୍ତାନ ଉତ୍ତେଜନା ମଧ୍ୟରେ ଯୁଦ୍ଧଭ୍ୟାସ କରିଛି ବାୟୁସେନା । ଆକାଶମାର୍ଗରୁ ଏହି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି । ସେପଟେ ଭାରତୀୟ ବାୟୁସେନାର ଯୁଦ୍ଧଭ୍ୟାସ ଦେଖି ଛାନିଆ ହେଲାଣି ପାକିସ୍ତାନ । ଏଲଓସିରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ଭାରତ । ସେପଟେ ପହଲଗାମ୍ ଘଟଣାକୁ ନେଇ ଆଜି କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ କରିଛନ୍ତି । ଘଟଣା ସମ୍ପର୍କରେ ସବୁଦଳକୁ ଅବଗତ କରାଯାଇଛି । ସବୁ ଦଳ ଆକ୍ରମଣକୁ ନିନ୍ଦା କରିଛନ୍ତି । ବୈଠକରେ ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, ସରକାର ଯେଉଁ ପଦକ୍ଷେପ ନେବେ ତାକୁ ସମର୍ଥନ କରାଯିବ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ସରକାର କାର୍ଯ୍ୟାନୁଷ୍ଠାନ କଥା କହିଛନ୍ତି । ଏହାକୁ ପୁରା ସମର୍ଥନ କରାଯିବ ।