ପାକ୍‌ କବଜାରେ ଅଜାଣତରେ ସୀମା ପାର କରିଥିବା ବିଏସ୍‌ଏଫ୍‌ ଯବାନ

ନୂଆଦିଲ୍ଲୀ,୨୪/୦୪:  ପାକ୍‌ କବଜାରେ ବିଏସ୍‌ଏଫ୍‌ ଯବାନ । ଭାରତର ଜଣେ ବିଏସ୍‌ଏଫ୍‌ ଯବାନଙ୍କୁ ଅଟକ ରଖିଲେ ପାକ୍‌ ରେଞ୍ଜର୍ସ । ଅଜାଣତରେ ସୀମା ପାର କରିଥିବା ଯବାନଙ୍କୁ ଅଟକାଇଲା ପାକିସ୍ତାନ । ଫିରୋଜପୁରରେ ସୀମା ଅତିକ୍ରମ କରିଥିବା ପାକିସ୍ତାନର ଅଭିଯୋଗ । କାଲିଠୁ ପାକ୍‌ ରେଞ୍ଜର୍ସ କବଜାରେ ବିଏସ୍‌ଏଫ୍‌ ଯବାନ ରହିଛନ୍ତି । ଏନେଇ ବିଏସ୍‌ଏଫ୍‌ ଅଧିକାରୀ ଓ ପାକ୍‌ ରେଞ୍ଜର୍ସ ମଧ୍ୟରେ ଆଲୋଚନା ହୋଇଛି ।ସେପଟେ ଆତଙ୍କବାଦକୁ ନେଇ ପ୍ରଧାନମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ ପରେ ନୂଆଦିଲ୍ଲୀରେ ବଡ଼ ହଲ୍‌ଚଲ୍ । ଗୃହ ମନ୍ତ୍ରୀ ଅମିତ୍ ଶାହ  ସର୍ବଦଳୀୟ ବୈଠକ ପୂର୍ବରୁ ରାଷ୍ଟ୍ରପତି ଭବନରେ ପହଞ୍ଚି ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ।

Leave a Reply

Your email address will not be published. Required fields are marked *