ପହଲଗାମ ଆତଙ୍କୀ ଆକ୍ରମଣ, ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି

ନୂଆଦିଲ୍ଲୀ,୨୩/୦୪: ଜମ୍ମୁ ପହଲଗାମ ଆତଙ୍କୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୨୬ରେ ପହଞ୍ଚିଛି। ଏହି ଘଟଣାକୁ ନେଇ ଆକ୍ସନ ମୋଡ଼ରେ କେନ୍ଦ୍ର ସରକାର । ଦୁଇ ଦୁନିଆ ସାଉଦି ଆରବ ଗସ୍ତରେ ଥିଲେ କିନ୍ତୁ ଅଧାରୁ ଭାରତ ଫେରିଛନ୍ତି ପ୍ରଧାନମନ୍ତ୍ରୀ  ।  କିଛି ସମୟ  ମଧ୍ୟରେ ପିଏମ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଛି ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ କମିଟି ବୈଠକ  । ଆଗକୁ ସରକାର କେତେକ କଠୋର ପଦକ୍ଷେପ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି  । ସୂଚନାଯୋଗ୍ୟ ଯେ ମଙ୍ଗଳବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଦୁଇ ଦିନିଆ ଗସ୍ତରେ ସାଉଦି ଆରବ ପହଞ୍ଚିଥିଲେ  ।

Leave a Reply

Your email address will not be published. Required fields are marked *