ସାଉଥ୍‌ ସୁପରଷ୍ଟାର ଅଭିନେତା ମହେଶ ବାବୁଙ୍କୁ EDର ସମନ

ନୂଆଦିଲ୍ଲୀ,୨୨/୦୪ : ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଭିନେତା ମହେଶ ବାବୁଙ୍କୁ ED ସମନ ପଠାଇଛି । ଏହି ସମନରେ ମହେଶ ବାବୁଙ୍କୁ ଅପ୍ରିଲ ୨୭ରେ ଏଜେନ୍ସିରେ ହାଜର ହେବାକୁ କୁହାଯାଇଛି । ଏହି ସମନ ରିଅଲ ଇଷ୍ଟେଟ୍ ନିବେଶକଙ୍କ ସହ ହୋଇଥିବା ଠକେଇ ମାମଲା ସହିତ ଜଡିତ। ସୂତ୍ର ଅନୁସାରେ, ମହେଶ ବାବୁ ସେହି ରିଅଲ୍ ଇଷ୍ଟେଟ୍ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ଥିଲେ । ତେବେ ତାଙ୍କୁ ଅର୍ଥ ହେରଫେର ମାମଲାରେ ଅପ୍ରେଲ ୨୭ରେ ଜେରା କରାଯିବ । ସୂଚନା ଅନୁସାରେ ହାଇଦ୍ରାବାଦସ୍ଥିତ ରିଅଲ ଇଷ୍ଟେଟ୍ ଫାର୍ମ ସାଇ ସୂର୍ଯ୍ୟ ଡେଭଲ୍ପର୍ସ ଏବଂ ସୁରାନା ଗ୍ରୁପ୍ ସହିତ ଜଡିତ ଅର୍ଥ ହେରଫେର ମାମଲା ସହିତ ମହେଶ ବାବୁଙ୍କୁ ଏହି ସମନ ପଠାଯାଇଛି । ମହେଶ ବାବୁ ଗ୍ରୀନ୍ ମିଡୋଜ୍‌ର ବ୍ରାଣ୍ଡ ଆମ୍ବାସାଡର ଥିଲେ ।

Leave a Reply

Your email address will not be published. Required fields are marked *