ଭୁବନେଶ୍ୱର, ୨୨/୦୪: ରାଜ୍ୟରେ ବେପରୁଆ ଗାଡ଼ି ଚାଳନ ଯୋଗୁଁ ଘଟୁଛି ବହୁ ଦୁର୍ଘଟଣା। ଆଜି ସକାଳୁ ଦୁର୍ଘଟଣାରେ ଆଖି ବୁଜିଛନ୍ତି ଦୁଇ ପୁଲିସ କର୍ମୀ । ବିଳମ୍ବିତ ରାତିରେ କଟକ ପାରାଦୀପ ରୋଡ୍ ଗତିରାଉତପାଟଣାରେ ପିସିଆର ଗାଡ଼ିକୁ ଧକ୍କା ଦେଇଛି ହାଇୱା । ପୁଲିସ ଭ୍ୟାନକୁ ଧକ୍କା ଦେବା ଫଳରେ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ଚାଲିଯାଇଛି ଜୀବନ ଏବଂ ଜଣେ ଗୁରୁତର ମେଡିକାଲରେ ହୋଇଛନ୍ତି ଭର୍ତ୍ତି । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଗୁରୁତରଙ୍କ ଚାଲିଛି ଚିକିତ୍ସା । ସିଆରଆର ଥାନା ପିସିଆର ପାଟ୍ରୋଲିଂ ବେଳେ ଘଟିଛି ଏହି ଦୁର୍ଘଟଣା । ଏହି ଘଟଣାରେ ହାଇୱା ଚାଳକକୁ ଅଟକ ରଖାଯାଇଛି ।