ଭୁବନେଶ୍ୱର,୨୨/୦୪: ବଢି ଚାଲିଛି ସୁନା ଦର। ୧୦ ଗ୍ରାମ ସୁନାର ମୂଲ୍ୟ ୯୯ ହଜାର ୮୦୦ ଟଙ୍କା ଛୁଇଁଛି । ଜିଏସଟି ମିଶିଲା ପରେ ଦର ଲକ୍ଷେ ପାର କରିଛି । ପ୍ରଥମ ଥର ପାଇଁ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୯୯ ହଜାର ୮୦୦ ଟଙ୍କା ଛୁଇଁଛି । ଲକ୍ଷେ ଟଙ୍କା ଛୁଇଁବାକୁ ଆଉ ମାତ୍ର ୨୦୦ ଟଙ୍କା ବାକି ଅଛି । ହେଲେ ସୁନାରେ ୩ ପ୍ରତିଶତ ଜିଏସିଟି ଲାଗିବା ପରେ ଏହା ଦର ୧ ଲକ୍ଷ ୧୬୬ ଟଙ୍କା ଛୁଇଁଛି । ଚଳିତ ବର୍ଷରେ ସୁନା ଦର ୧୦ ଗ୍ରାମ ପିଛା ୨୦ ହଜାର ୮୫୦ ଟଙ୍କା ମହଙ୍ଗା ହୋଇଛି । ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୯୮ ହଜାର ୩୫୦ ଟଙ୍କା ଛୁଇଁଛି । ସେହିପରି ୧୦ ଗ୍ରାମ ୨୨ କ୍ୟାରେଟ ସୁନା ଦାମ ୯୦ ହଜାର ୧୫୦ ଟଙ୍କା ଛୁଇଁଛି । ବିଶ୍ବର ଦୁଇ ବୃହତ ଅର୍ଥନୀତି ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ଟ୍ରେଡ ୱାର ଯୋଗୁ ଦର ବଢୁଥିବା କୁହାଯାଉଛି ।