ଭୁବନେଶ୍ୱର,୨୧/୦୪: କେନ୍ଦ୍ର ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ୧୧ଟି ଯୋଜନାରେ ଉଲ୍ଲେଖନୀୟ ଉନ୍ନୟନ କାର୍ଯ୍ୟ ଓ ଯୋଜନାର ସଫଳ ରୁପାୟନ ପାଇଁ କୋରାପୁଟ ଜିଲ୍ଲାକୁ ଆଜି ମିଳିଛି ପ୍ରଧାନମନ୍ତ୍ରୀ ଏକ୍ସଲେନସ୍ ପୁରସ୍କାର। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ସିଭିଲ ସର୍ଭିସେସ୍ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଏହାକୁ ଗ୍ରହଣ କରିଛନ୍ତି କୋରାପୁଟ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳ ଜି କୀର୍ତି ୱାସନ। ୨୦୨୪ ମସିହାର ସାଧାରଣ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପ୍ରତିଷ୍ଠିତ ପ୍ରଧାନମନ୍ତ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇ ରାଜ୍ୟକୁ ଗର୍ବିତ କରିଛନ୍ତି। ଜିଲ୍ଲାଗୁଡ଼ିକୁ ‘ଜିଲ୍ଲା ଗୁଡ଼ିକର ସମଷ୍ଟିଗତ ବିକାଶ’ ବର୍ଗରେ ଏହାର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସ୍ୱୀକୃତି ମିଳିଛି। ଏହି ପୁରସ୍କାର ପାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟୁଇଟ୍ କରି ଜିଲ୍ଲାପ୍ରଶାସନକୁ ଶୁଭେଚ୍ଛା ଞାପନ କରିଛନ୍ତି। ଏହା ଆଗାମୀ ଦିନରେ ଅନ୍ୟ ଜିଲ୍ଲାକୁ ମାର୍ଗଦର୍ଶନ ଦେବ ବୋଲି ଜଣାଇଛନ୍ତି।