ଶ୍ରୀମନ୍ଦିରରେ ରକ୍ତଛିଟା, ମହାପ୍ରଭୁଙ୍କର ହେବ ବଡ଼ ମହାସ୍ନାନ ନୀତି

ଭୁବନେଶ୍ୱର,୨୧/୦୪: ଶ୍ରୀମନ୍ଦିରରେ ରକ୍ତଛିଟା, ମହାପ୍ରଭୁଙ୍କର ହେବ ବଡ଼ ମହାସ୍ନାନ ନୀତି । ସୋମବାର ପୁରୀ ଶ୍ରୀମନ୍ଦିରର ଭିତର କାଠ ନିକଟରେ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ମହାସ୍ନାନ ନୀତି କରାଯାଉଛି । ତେବେ ମିଳିଥିବା ସୂଚନା ମୁତାବକ, ଜଣେ ପୋଲିସ୍ କର୍ମଚାରୀଙ୍କ ଗୋଡ଼ରେ କାଚ ବାଜିବାରୁ ଶ୍ରୀମନ୍ଦିରରେ ରକ୍ତଛିଟା ପଡ଼ିଥିଲା  । ଏହାପରେ ବିଧି ମୁତାବକ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ ନୀତି କରାଯାଉଛି । ତେବେ ଶ୍ରୀମନ୍ଦିରରରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଉଥିବାରୁ ୧ ଘଣ୍ଟା  ପାଇଁ ଦର୍ଶନ ବନ୍ଦ କରାଯାଇଛି । ମହାପ୍ରଭୁଙ୍କର ମହାସ୍ନାନ ସରିବା ପରେ, ଦର୍ଶନ ସ୍ୱାଭାବିକ ହେବ ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *