ନୂଆଦିଲ୍ଲୀ,୨୦/୦୪: ଜମ୍ମୁକାଶ୍ମୀରରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଯୋଗୁଁ ଭୁଶୁଡି ପଡିଛି ଅନେକ ଘର । ତେବେ ଅଦିନିଆ ବର୍ଷା ହଠାତ ଆଣିଲା କାଳ । ଜମ୍ମୁକାଶ୍ମୀରରେ ପ୍ରଳୟ ରଚିଛି ଲଗାଣବର୍ଷା । ବିଭିନ୍ନ ସ୍ଥାନରେ ବର୍ଷା ସହ ଭୂସ୍ଖଳନ ଘଟିଛି । ଆଜି ରାମବଣ ଅଞ୍ଚଳରେ ପାହାଡ଼ ଧସିବାରୁ ୩ ଜଣଙ୍କ ମୃତ୍ୟୁ ହେବା ସହ ୧୦ରୁ ଅଧିକ କାଦୁଅ ପାଣିରେ ଭାସିଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏନଡିଆରଏଫ ଟିମ ପହଁଚି ଖୋଜାଖୋଜି ଜାରି ରଖିଛି । ଏଥିସହ ଅନେକ ଲୋକଙ୍କ ଘର ତଥା ଧନ ସମ୍ପତ୍ତି ନଷ୍ଟ ହୋଇଛି । ଜାତୀୟ ରାଜପଥ ଅବରୋଧ ହୋଇଥିବାବେଳେ ଉଦ୍ଧାର କାମ ଜାରି ରହିଛି ।