ହିନ୍ଦୋଳରେ ଲଜ୍ଜା, ୭ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର

ଭୁବନେଶ୍ୱର,୨୦/୦୪: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଲଜ୍ଜା । ୭ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର ହୋଇଥିବା ସୂଚନା ମିଳିଛି । ୭ ବର୍ଷର ନାବାଳିକା ଜଣଙ୍କ ଘର ପାଖକୁ ତାଳ ସଜ ଗୋଟାଇ ବାକୁ ଯାଇଥିବା ବେଳେ ତାଙ୍କୁ ଦୁଷ୍କର୍ମ କରି ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଦୁର୍ବୃତ୍ତମାନେ ନାବାଳିକାକୁ ଦୁଷ୍କର୍ମ କରିବା ପରେ ଗ୍ରାମଠାରୁ କିଛି ଦୂରରେ ତାଳ ପତ୍ର ଘୋଡେଇ ଫେରାର ହୋଇଯାଇଥିଲେ । ତେବେ ଶିଶୁଟି ସଂଜ୍ଞାହୀନ ଅବସ୍ଥାରେ ପଡିଥିବା ବେଳେ ଖବର ପାଇ ପରିବାର ଲୋକେ ଶିଶୁକୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଖବର ପାଇ ହିନ୍ଦୋଳ ପୋଲିସ, ଜିଲ୍ଲା ସାଇଣ୍ଟିଫିକ ଟିମ ଏବଂ ଡଗ୍ ସ୍କ୍ଵାଡ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି ।ଏ ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *