ଭୁବନେଶ୍ୱର,୧୯/୦୪: ବିଜେଡିର ନବମ ଥର ପାଇଁ ସଭାପତି ହୋଇଛନ୍ତି ନବୀନ ପଟ୍ଟନାୟକ । ଏନେଇ ଘୋଷଣା କଲେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ । ଏକମାତ୍ର ପ୍ରାର୍ଥୀ ଭାବେ ଦାଖଲ କରିଥିଲେ ନାମାଙ୍କନ । ନିର୍ଦ୍ବନ୍ଦ୍ବରେ ବିଜେଡି ସଭାପତି ଭାବେ ନିର୍ବାଚିତ ହେଲେ ନବୀନ ପଟ୍ଟନାୟକ । ଖଣ୍ଡୁଆପାଟ ଦେଇ ନବୀନଙ୍କୁ ସ୍ବାଗତ କଲେ ବିଜେଡି କର୍ମୀ । ସଭାପତି ଭାବେ ନବୀନଙ୍କ ନାଁ ଘୋଷଣା ହେବା ପରେ ଏବେ ଜଣକ ପରେ ଜଣେ କର୍ମୀ ନବୀନଙ୍କୁ ଭେଟୁଛନ୍ତି । ସାଧାରଣ ନିର୍ବାଚନ ୨୦୨୪ରେ ପରାଜୟ ପରେ ପୁଣି ଦଳ ସଜାଡୁଛି ବିଜେଡି । ବିଜେଡି ସାଂଗଠନିକ ନିର୍ବାଚନରେ ୩୩ ସାଂଗଠନିକ ଜିଲ୍ଲାରୁ ୧୮ଟି ଜିଲ୍ଲାସଭାପତିଙ୍କ ନାଁ ଘୋଷଣା ହୋଇଛି । ଏହି ତାଲିକାରେ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଗୁରୁତ୍ୱ ଦିଆଯାଇଛି । ନିର୍ବାଚନ ପରାଜୟ ପରେ ବିଜେଡିରେ ଶୃଙ୍ଖଳା ଭଙ୍ଗ ହୋଇଛି । ତେବେ ନବୀନ ପୁଣି ଦଳର ମୁଖିଆ ଭାବେ ଦାୟିତ୍ୱ ନେଇ ଦଳ ଶୁଙ୍ଖଳିତ କରିବେ ବୋଲି ଚର୍ଚ୍ଚା ହେଉଛି ।