ନୂଆଦିଲ୍ଲୀ,୧୯/୦୪: ଉତ୍ତର-ପୂର୍ବ ଦିଲ୍ଲୀ ଦୟାଲପୁରରେ ବିଳମ୍ବିତ ରାତିରେ ଭୁଶୁଡ଼ିଲା ବିଲ୍ଡିଂ । ଏହି ଭୟଙ୍କର ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ଅନେକ ଏବେବି ଫସିରହିଥିବା ସୂଚନା ମିଳିଛି । ରାତି ପ୍ରାୟ ୩ଟା ବେଳେ ହଠାତ ଭୁଶୁଡ଼ି ପଡ଼ିଥିଲା ବିଲ୍ଡିଂ । ତୁରନ୍ତ ଏନଡିଆରଏଫ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଘଟଣାସ୍ଥଳରୁ ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତି ପାଖାପାଖି ୩ଟାରେ କୋଠା ଭୁଷୁଡ଼ିବା ନେଇ ଅଗ୍ନିଶମ ବିଭାଗକୁ ଫୋନ ଆସିଥିଲା । ଅଗ୍ନିଶମ ବିଭାଗ ସହ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଏବେବି ଲୋକଙ୍କୁ ଉଦ୍ଧାର କରାଯାଉଛି। ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ମଧ୍ୟ ଆଶଙ୍କା କରାଯାଉଛି । ବିଲ୍ଡିଂ କେମିତି ଭୁଶୁଡ଼ିଲା, ସେ ନେଇ ତଦନ୍ତ ଚଳାଇଛି ପୋଲିସ । ସେପେଟ ବିଲ୍ଠିଂ ଭୁଷୁଡ଼ିବାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି।